Latest Odisha News

BREAKING NEWS

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରନ୍ତି ।

ଏବର୍ଷ କୋଭିଡ୍ କଟକଣା ଯୋଗୁ ପୁରୀ ଶ୍ରୀମନ୍ଦିର ବାଇଶିପାହାଚରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ବନ୍ଦ ରହିଛି । ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ । ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତ ସେଠାରେ ପିଣ୍ଡ ଦାନ କରୁଛନ୍ତି । ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତିଳ ତର୍ପଣ ଓ ଶ୍ରାଦ୍ଧ ଦେଉଛନ୍ତି ।

ସେହିପରି ଭୁବନେଶ୍ୱର ବିନ୍ଦୁସାଗରରେ ମହାଳୟା ପାଳନକୁ ବାରଣ କରିଛି ବିଏମସି । କଟକଣା ଜାରି କରିଛି । ସେଠାରେ ବ୍ରାହ୍ମଣ ଭୋଜନ ସହ ମହାଳୟା ସଂପର୍କିତ ନୀତିକାନ୍ତି ପାଳନ କରିବା ଉପରେ କଟକଣା ଲାଗିଛି ।

Leave A Reply

Your email address will not be published.