Latest Odisha News

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ଭୋଟ୍ ଗଣତି

ଭୁବନେଶ୍ୱର: ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଉପନିର୍ବାଚନ ନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ନଭେମ୍ବର ୬ ତାରିଖରେ ଭୋଟ୍ ଗଣତି କରାଯିବ । ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା । ୨୦୨୨ ଜାନୁଆରୀରେ ପ୍ରସ୍ତୁତ ଇଲେକ୍ଟୋରାଲ୍ ରୋଲ୍ସ ଅନୁସାରେ ମତଦାନ ହେବ ।

ସେପ୍ଚେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ ବିଷ୍ଣୁ ସେଠୀ । ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.