Latest Odisha News

ଧାମନଗର: କିଏ ପାଇଲା କେତେ ଭୋଟ୍ ?

ଭଦ୍ରକ: ଧାମନଗର ଉପନିର୍ବାଚନ ଜିତିବା ସହ ଆସନ ବଜାୟ ରଖିଛି ବିଜେପି । ନଭେମ୍ବର ୩ ତାରିଖରେ ହୋଇଥିବା ଭୋଟିଂରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ଫଳାଫଳ ଆସିବା ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୯.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୪୩.୦୫ ପ୍ରତିଶତ ଭୋଟ୍ ।

ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପାଇଛନ୍ତି ୨.୧୮ ପ୍ରତିଶତ ଭୋଟ୍ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪.୯୮ ପ୍ରତିଶତ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୦.୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୦.୪୦ ପ୍ରତିଶତ ଭୋଟ୍ ନୋଟାରେ ପଡ଼ିଛି ।

ବିଜେଡିର ଅବନ୍ତୀ ଦାସ ୭୦ ହଜାର ୪୭୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୮୦ ହଜାର ୩୫୧ ଖଣ୍ଡ ଭୋଟ୍, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮୧୫୩ ଖଣ୍ଡ ଭୋଟ୍ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ୩୫୬୧ ଖଣ୍ଡ ଭୋଟ୍ ପାଇଛନ୍ତି । ୯ ହଜାର ୮୮୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ସୂରଜ ସୂର୍ଯ୍ୟବଂଶୀ ।

Leave A Reply

Your email address will not be published.