Latest Odisha News

BREAKING NEWS

ପାରା ବ୍ୟାଡମିଂଟନ: ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଜାପାନର ଟୋକିଓଠାରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ନିଜ ଦେଶର ନୀତେଶ କୁମାରଙ୍କୁ ୨୧-୧୯ ଓ ୨୧-୧୯ରେ ପରାସ୍ତ କରିଥିଲେ । ଏଥିସହ ସେ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ । ନୀତେଶ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ । ଡବଲ୍ସରେ ପ୍ରମୋଦ ଏବଂ ମନୋଜ ସରକାର ଇଣ୍ଡୋନେସିଆର ହିକମତ ରାମଦାନି ଓ ଉକୁନ ରୁକାଣ୍ଡିଙ୍କ ନିକଟରୁ ୨୧-୧୪, ୧୮-୨୧ ଓ ୧୩-୨୧ରେ ହାରି ଯାଇଥିଲେ । ପ୍ରମୋଦଙ୍କ କ୍ୟାରିୟରର ଏହା ସପ୍ତମ ବିଶ୍ୱ ଚାମ୍ପିୟନଶିପ ଥିଲା ।

ସେ ସିଙ୍ଗଲ୍ସ ଓ ଡବଲ୍ସରେ ୬ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଥିଲା କାରଣ ମୁଁ କଠିନ ପରିଶ୍ରମ କରିଥିଲି ବୋଲି ମ୍ୟାଚ ପରେ ପ୍ରମୋଦ କହିଛନ୍ତି ।

Leave A Reply

Your email address will not be published.