Latest Odisha News

BREAKING NEWS

ମତଦାନ ପାଇଁ ପ୍ରସ୍ତୁତ ଧାମନଗର, ସକାଳ ୭ଟାରୁ ୨୫୨ ବୁଥରେ ପଡ଼ିବ ଭୋଟ୍

ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ ଗ୍ରହଣ କରାଯିବ । ସବୁ ବୁଥରେ ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ୧୦୦୮ ଜଣ ପୋଲିଂ ଅଫିସର ମୁତୟନ କରାଯାଇଥିବା ବେଳେ ଶହେ ଜଣଙ୍କୁ ରିଜର୍ଭରେ ରଖା ଯାଇଛି ।

ଭୋଟ୍ ଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ସରିଥିବା ବେଳେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଚେକିଂ ଚାଲିଛି । ମଦ ଦୋକାନକୁ ମଧ୍ୟ ବନ୍ଦ କରାଯାଇଛି । ଧାମନଗରରେ ମୋଟ ୨୫୨ଟି ବୁଥରେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାନ କରିବେ । ପ୍ରତି ବୁଥରେ ହେଲ୍ପଡେସ୍କ କରାଯାଇଛି ।

ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ପ୍ରଶାସନ ପକ୍ଷରୁ ନେବା ଆଣିବା ବ୍ୟବସ୍ଥା କରାଯାଇଛି । ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି । ୧୨୬ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୨୫ ଜଣ ମାଇକ୍ରୋ ଅବଜରଭର ମୁତୟନ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ପୋଲିସ ସହ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି । ୧୫ଟି ମଡେଲ୍ ବୁଥ୍ ସହ ୫ଟି ପିଙ୍କ୍ ବୁଥ୍ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ କରାଯିବ । ସକାଳ ୫ଟା ୩୦ରେ ମକ ପୋଲ୍ କରାଯିବ ।

Leave A Reply

Your email address will not be published.