Latest Odisha News

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କୋହଲି ତାଙ୍କ ଚମତ୍କାର ୬୪ ରନର ଇନିଂସ ଅବସରରେ ଯେତେବେଳେ ୧୬ ରନ କରିଥିଲେ ସେ ସମୟରେ ସେ ଟି୨୦ ବିଶ୍ୱକପରେ ସର୍ବାଧିକ ରନ କରିବା ଖେଳାଳି ପାଲଟିଥିଲେ । ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ୧୦୧୬ ରନ (୩୧ ଇନିଂସ)କୁ ଅତିକ୍ରମ କରିଥିଲେ । ଚଳିତ ଟି୨୦ ବିଶ୍ୱକପରେ କୋହଲିଙ୍କ ଏହା ତୃତୀୟ ଅର୍ଦ୍ଧଶତକ ।

ସେହିପରି ଜୁନିୟର ଏବି ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ ଟି୨୦ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ପାକିସ୍ତାନର ମହମ୍ମଦ ରିଜୱାନଙ୍କ ହଟେଇ ୧ ନମ୍ବର ହୋଇଛନ୍ତି । ସୂର୍ଯ୍ୟକୁମାର ମଧ୍ୟ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ୨ଟି ଅର୍ଦ୍ଧଶତକ ହାସଲ କରିବା ପରେ ବାଂଲାଦେଶ ବିପକ୍ଷରେ ଦ୍ରୁତ ୩୦ ରନ କରିଥିଲେ ।

Leave A Reply

Your email address will not be published.