Latest Odisha News

ଚୀନକୁ ଟକ୍କର ଦେବେ ଆଇଟିବିପି ଜବାନ, ବିନା ଅସ୍ତ୍ରଶସ୍ତ୍ରରେ ଚାଲିଛି କଡା ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଚୀନ ବର୍ଡର ନିକଟରେ ନିୟୋଜିତ ଆଇଟିବିପି ଜବାନ ବିନା ଅସ୍ତ୍ରଶସ୍ତ୍ରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି । ଏଥିରେ ଭାରତୀୟ ଜବାନ ସିଦ୍ଧହସ୍ତ ହେଲେ ଚୀନ ସେନାକୁ ସଠିକ ଜବାବ ଦେଇପାରିବେ । ତୁଷରପାତ, ବରଫ ଝଡ, ହିମ ସ୍ଖଳନ ଓ ଅମ୍ଳଜାନ ଅଭାବ ପରିସ୍ଥିତିରେ କିପରି ଶତ୍ରୁକୁ ସାମ୍ନା କରିବେ ଏହା ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଚୀନ ସହ ବୁଝାମଣ ପତ୍ର ଅନୁସାରେ ବର୍ଡର ନିକଟରେ କୌଣସି ସେନା ଅସ୍ତ୍ରଶସ୍ତ୍ରର ବ୍ୟବହାର କରିପାରିବେନି । ବାଡି ଏବଂ ଏ ଭଳି ହାଲକା ପଦାର୍ଥ ମାଧ୍ୟମରେ ଜବାନମାନେ ସୀମା ସୁରକ୍ଷା କରିପାରିବେ ।

ଗଲୱାନ ଘାଟିରେ ୨୦୨୦ରେ ଚୀନ ସେନା ଓ ଭାରତୀୟ ଯବାନ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଚୀନର ୩୮ ଓ ଭାରତର ୨୦ ସୈନିକ ଶହୀଦ ହୋଇଥିଲେ । ଗତ ମାସରେ ସିସିପି ବୈଠକରେ ରାଷ୍ଟ୍ରପତି ଶି ଜିନପିଙ୍ଗ ଗଲୱାନ ଘାଟି ସଂଘର୍ଷର କେତେକ ଭିଡିଓ ପ୍ରଦର୍ଶିତ କରିଥିଲେ । ଚୀନ ପକ୍ଷରୁ ସର୍ବଦା ସୀମାରେ ଅଶାନ୍ତି ସୃଷ୍ଟି କରାଯାଉଥିବାରୁ ଭାରତୀୟ ସେନା ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.