Latest Odisha News

BREAKING NEWS

‘ମହିଳାଙ୍କୁ ସମ୍ମାନ’ ନେଇ ବିଜେଡିକୁ ଟାର୍ଗେଟ୍ କଲେ ବିଧାୟକ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ଦେବା ପ୍ରସଙ୍ଗରେ ଦୁଇ ଦଳ ବିଜେଡି-ବିଜେପି ମଧ୍ୟରେ ଜାରି ରହିଛି ବାକ୍ ଯୁଦ୍ଧ। ବର୍ଷା ବରିହାଙ୍କୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନାକୁ ନେଇ ରୁଜୁ ହୋଇଥିବା ମାମଲାରେ ବିଧାୟକ ସୂର୍ଯ୍ୟବଂଶୀ ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି।

BjdElectrycity

 ବିଧାନସଭା ତଥ୍ୟରୁ ରାଜ୍ୟରେ ମହିଳା ଓ ଶିଶୁ କେତେ ସୁରକ୍ଷିତ, ତାହା ମୁଁ ଜାଣିପାରିଛି । ଦୀର୍ଘ ୨୨ ବର୍ଷ ଶାସନରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିବା ବିଧାନସଭା ତଥ୍ୟ କହୁଥିବା ବେଳେ ନାରୀଙ୍କୁ ସୁରକ୍ଷା ନ ଦେଇ ବିଜେଡି ରାଜନୀତି କରିବା ଚିନ୍ତାଜନକ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଦେଖିଲି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନା ଠିକରେ ଶୁଣିଛନ୍ତି ନା ଠିକରେ ବୁଝିବା ପାଇଁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଗୃହ ବିଭାଗ ରହିଛି । ମାଆଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡ଼ି ସରକାରରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିବା ବିଧାନସଭା ତଥ୍ୟ କହୁଛି ଓ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି । ଖୋଦ୍ ବିଜେଡି ଦଳର ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଓଡିଶାର ମାଆ ଓ ଭଉଣୀ ଏବଂ ଶିଶୁ ନିଖୋଜ ଉପରେ ହେଉଥିବା ନିର୍ଯାତନା ପ୍ରଶ୍ନରେ ରାଜ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଇଥିବା ଉତ୍ତର ଚିନ୍ତାଜନକ ।

ରାଜ୍ୟରେ ୨୦୨୧ରେ ନାରୀ ହତ୍ୟା ୧୧୯୧, ଦୁଷ୍କର୍ମ ୨୩୬୮, ଯୌତୁକ ନିର୍ଯ୍ୟାତନା ୩୬୯୩ ଓ ବିଭିନ୍ନ ଅପରାଧରେ ମହିଳାମାନେ ଶୀକାର ହୋଇଛନ୍ତି । ରାଜ୍ୟରେ ଦୁଷ୍କର୍ମ ମାମଲା ନିୟନ୍ତ୍ରଣ ହେବା ପରିବର୍ତ୍ତେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି । ନାରୀ ନିର୍ଯାତନା ପାଇଁ ଓଡ଼ିଶା ସଦାବେଳେ ଅପବାଦ ମୁଣ୍ଡାଇ ଆସିଛି । ୨୦୨୧ରେ ୭୩୧୬ ବାଳିକା ନିଖୋଜ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହମନ୍ତ୍ରୀ ଅଛନ୍ତି । ଏହି ସବୁ ବିଧାନସଭାର ତଥ୍ୟ ହିଁ ପ୍ରମାଣ କରୁଛି ରାଜ୍ୟରେ ମହିଳା ଓ ନାବାଳିକା କେତେ ସୁରକ୍ଷା ଅଛନ୍ତି ଓ ମହିଳାଙ୍କୁ କେତେ ସମ୍ମାନ ଦିଆଯାଉଛି ? ଏ କ’ଣ ନାରୀ ସଶକ୍ତିକରଣର ଉଦାହରଣ?

ଉଲ୍ଲେଖଯୋଗ୍ଯ, ପଦ୍ମପୁର ଉପନିର୍ବାଚନରେ  ଶାସକ ଦଳ ବିଜୁ ଜନତା ଦଳ ବିଜୟୀ ହେବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ବିଜେପିକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ବିରୋଧୀ ବିଜେପି ମହିଳାଙ୍କୁ ସମ୍ମାନ ଦେଉନି। ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ଅସମ୍ମାନ କରିଛି ବିଜେପି । ତେଣୁ ଜନାଦେଶ ଶାସକ ଦଳ ସମର୍ଥନରେ ଯାଇଛି।

Leave A Reply

Your email address will not be published.