Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରୁ ମିଳିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ସାପ । ବିମାନଟି କେରଳରୁ ଦୁବାଇ ଅଭିମୁଖେ ଯାଉଥିଲା । ତେବେ ସାପଟି କାର୍ଗୋ ହୋଲ୍ଡ ଭିତରେ ଥିଲା । ବି ୭୩୭-୮୦୦ ଏୟାରକ୍ରାଫ୍ଟ କାଲିକଟରୁ ଦୁବାଇ ପହଞ୍ଚିବା ପରେ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଡିଜିସିଏ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଯାତ୍ରୀଙ୍କ ମଧ୍ୟରେ ସାପ ଆତଙ୍କ ଦେଖାଦେଇଥିଲା । ସାପ ବିମାନର କାର୍ଗୋ ହୋଲ୍ଡ ଭିତରକୁ କିପରି ପଶିଲା ସେନେଇ ଯାଞ୍ଚ ଚାଲିଛି ।  ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଲ୍ୟାପ୍ସ ବୋଲି ଡିଜିସିଏ କହିଥିବା ବେଳେ, ଏଥିପାଇଁ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପରେ ପରବର୍ତ୍ତୀ ଉଡାଣ ପୂର୍ବରୁ ବିମାନକୁ ଭଲଭାବେ ସଫା କରାଯାଇଥିଲା । ତେବେ ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଡିଜିସିଏ ସ୍ପଷ୍ଟ କରିଛି ।

Leave A Reply

Your email address will not be published.