Latest Odisha News

BREAKING NEWS

କାଉଡିଆଙ୍କ ପାଦ ଧୋଇଦେଲେ ଧାମନଗର ବିଧାୟକ

ଭଦ୍ରକ: ଶ୍ରାବଣ ମାସର ଦିତୀୟ ସୋମବାର ପାଇଁ ବାବା ଆଖଣ୍ଡଳମଣୀ ପୀଠକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସନ୍ତି ହଜାର ହଜାର ବୋଲବମ ଭକ୍ତ ତଥା କାଉଡିଆ। ରବିବାର ଠାରୁ ରାଜ୍ୟର ବିଭିନ୍ନ ନଦୀରୁ ଜଳ ଉଠେଇ ଆରଡ଼ି ଅଭିମୁଖେ ଯାତ୍ରା କରୁଥିବା ବୋଲବମ୍ ଶିବଭକ୍ତଙ୍କ ପାଇଁ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା କୋଠାର ଠାରେ ସେବାକେନ୍ଦ୍ର ଖୋଲାଯାଇ ସେଠାରେ ଖାଦ୍ୟ, ପାନୀୟ ଓ ଔଷଧ ବ୍ୟାବସ୍ଥା କରିବା ସହ ଉଷୁମ୍ ପାଣିରେ ଭକ୍ତମାନଙ୍କ ପାଦ ଧୋଇ ଦେବା ସହ ନିଜେ ବିଧାୟକ ଭକ୍ତଙ୍କ ଗୋଡ଼ ମାଲିସ୍ କରୁଥିବା ଦେଖିବାକୁ ମିଳିଛି ।

ଦୂରଦୂରାନ୍ତରୁ ଆସିଥିବା ବୋଲବମ୍ ଭକ୍ତ ମାନେ ମଧ୍ୟ ଯୁବ ବିଧାୟକଙ୍କ ଏପରି ସେବାକୁ ପ୍ରଶଂସା କରିଛନ୍ତି । ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି ମୁଁ ଲୋକ ମାନଙ୍କ ସେବା କରିବା ପାଇଁ ଆଜି ମୋତେ ଲୋକମାନେ ବିଧାୟକ କରାଇଛନ୍ତି ମୁଁ ଆଜି ସେମାନଙ୍କର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।

Comments are closed.