Latest Odisha News

ପାପର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ, ମହାପ୍ରଭୁଙ୍କ କ୍ଷମା ମାଗିଲେ

ପୁରୀ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା । କଂସ ବଧ ସହିତ ଶେଷ ହୋଇଛି ଧନୁଯାତ୍ରା । କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ । ସେପଟେ ଧନୁଯାତ୍ରା ସାରି ପୁରୀରେ ପହଞ୍ଚିଛନ୍ତି ମହାରାଜ କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ ।

ଧନୁଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅପଶବ୍ଦ କହିଥିବା ଯୋଗୁଁ କ୍ଷମା ପ୍ରାର୍ଥନା କରିଛନ୍ତି ହୃଷିକେଶ ଭୋଇ । ପ୍ରାୟଶ୍ଚିତ ପାଇଁ ମହୋଦଧି ରେ ସ୍ନାନ କରିଛନ୍ତି ହୃଷିକେଶ । ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ହୃଷିକେଶ ଭୋଇ ।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ୧୧ ଦିନ ଧରି ଉତ୍ସବମୁଖର ହୋଇ ପଡ଼ିଥିଲା ବରଗଡ଼ ଓ ଅମ୍ବାପାଲି । ବରଗଡ଼ ମଥୁରାନଗରୀ ପାଲଟିଥିବା ବେଳେ ଅମ୍ବାପାଲି ଗୋପପୁର ସାଜିଥିଲା । ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା । ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା । ଏହାକୁ ନେଇ ଶେଷ ହୋଇଛି ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

Comments are closed.