Latest Odisha News

BREAKING NEWS

ଘୋଷଣା ହେଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ରୁ ୨୦୨୦ ଯାଏଁ ୫ ବର୍ଷ ପାଇଁ ଏହି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବିପିନ ବିହାରୀ ପରିଡା, ୨୦୧୭ ମସିହା ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ଲାଗି ବିଶିଷ୍ଟ ପଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ଲାଗି ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ମହାପାତ୍ରଙ୍କୁ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କାର ଚେକ, ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । ଏଥି ସହ ୨୫ ଜଣ ଶିଳ୍ପୀ ଙ୍କୁ ୧ ଲକ୍ଷ ଟଙ୍କା, ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ ।

Leave A Reply

Your email address will not be published.