Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୯୦୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୮୩ ଜଣ ସୁସ୍ଥ ହୋଇଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୭ହଜାର ୨୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ ଲକ୍ଷ ୦୯ ହଜାର ୭୪୭ ସଂକ୍ରମିତ । ଏବେ ରାଜ୍ୟରେ ୬ ହଜାର ୬୨୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.