ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ଅଭିଜ୍ଞ ଅଭିନେତା ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ତେବେ ପରିବାର ପକ୍ଷରୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି । ବୟସାଧିକ୍ୟ କାରଣରୁ ତାଙ୍କୁ ପ୍ରାୟତଃ ଚେକଅପ ପାଇଁ ଡାକ୍ତରଖାନାକୁ ଅଣାଯାଇଥାଏ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏହା ଶୁଣିବା ପରେ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତି ।
ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ରକି ଔର ରାନୀ କି ପ୍ରେମ କାହାନୀରେ ଦେଖିବାକୁ ମିଳିଥିଲା । ଏଥିରେ ରଣବୀର ସିଂ ଓ ଆଲିୟା ଭଟ୍ଟ ଅଭିନୟ କରିଥିଲେ । ଧର୍ମେନ୍ଦ୍ରଙ୍କ ଅଭିନୟକୁ ଏହି ଫିଲ୍ମରେ ବେଶ ପ୍ରଶଂସା କରାଯାଇଥିଲା । ଡିସେମ୍ବରରେ ଧମେନ୍ଦ୍ର ୯୦ ବର୍ଷ ବୟସରେ ପାଦ ଦେବେ । ଏବେ ସେ ଶ୍ରୀରାମ ରାଘବନଙ୍କ ଇକ୍କିସ ଫିଲ୍ମରେ ଅଭିନୟ କରୁଛି । ଏଥିରେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ ଏବଂ ଜୟଦୀପ ଅହଲୱାତ ଓ ସିକନ୍ଦର ଖେରଙ୍କ ପରି କଳାକାର ଅଭିନୟ କରୁଛନ୍ତି ।
Comments are closed.