Latest Odisha News

BREAKING NEWS

କେନ୍ଦ୍ର ପକ୍ଷରୁ ଅତିରିକ୍ତ ୧000ଲି. କିରୋସିନ୍ ଓଡିଶା ସରକାରଙ୍କୁ ଯୋଗାଇ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବିପନ୍ନ ପରିବାରଙ୍କ ଲାଗି ରାଜ୍ୟ ସରକାରଙ୍କୁ ମାଗଣାରେ ଅତିରିକ୍ତ ୧୦୦୦ଲି. କିରୋସିନ୍ ଯୋଗାଇ ଦିଆଯିବ ବୋଲି ସୋମବାର ଦିନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏକ ଚିଠିରେ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି, ୧ ହଜାର କିଲୋ ଲିଟର କିରୋସିନ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ । କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା ଏବଂ ପିନଜି ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ର ପିଏସୟୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯୋଗାଇ ଦେବ । ଯାହାଦ୍ୱାରା ରାଜ୍ୟ ସରକାର ନିଜ ଆବଶ୍ୟକତା ଅନୁଯାୟୀ କିରୋସିନ୍ କିଣିପାରିବେ ।

ଏହାବ୍ୟତିତ ପିନଜି ମନ୍ତ୍ରଣାଳୟ ତରଫରୁ ଓଡିଶା ଲାଗି ଆଉ ଅତିରିକ୍ତ ୧ ହଜାର କିଲୋ ଲିଟର କିରୋସିନ ଘୋଷଣା କରାଯାଇଛି । ଯାହାକୁ ରାଜ୍ୟ ସରକାର ଆବଶ୍ୟକସ୍ଥଳେ ଉଠାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.