Latest Odisha News

BREAKING NEWS

ଓଡିଶାରେ ବିଳମ୍ବ ହେବ ନିର୍ବାଚନ ଫଳାଫଳ ଘୋଷଣା: ସିଇଓ

ଭୁବନେଶ୍ୱର : ଓଡ଼ିଶାରେ ମେ’ ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନୀ ଫଳାଫଳ ଘୋଷଣାରେ ବିଳମ୍ବ ହେବା ନେଇ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ୨ ଦିନିଆ କର୍ମଶାଳାରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଭୋଟ୍ ଗଣତି ସଂପର୍କିତ ତାଲିମ୍ ପ୍ରଦାନ ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ଆରମ୍ଭ ହେବ। ଯେଉଁଥିପାଇଁ ଦୀର୍ଘ ସମୟ ଲାଗିବ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ଭୋଟ୍ ଗଣତି କେନ୍ଦ୍ରରେ ଏସିର ବ୍ୟବସ୍ଥା କରାଯିବ।”

ଏହି କର୍ମଶାଳାରେ ୧୪ ଜିଲ୍ଲାର ୭୦ ଜଣ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ୍ ଗଣତି ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଯାହା ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ବାକି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ମଙ୍ଗଳବାର ଦିନ ଠାରୁ ପ୍ରଶିକ୍ଷଣ ଦିଆଯିବ । ପୁନଶ୍ଚ ଆଗାମୀ ପର୍ଯ୍ୟାୟରେ ତଥା ମେ’ ୧୫ରୁ ୧୮ ମଧ୍ୟରେ ଜିଲ୍ଲାସ୍ତରୀୟ ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯିବ।

Leave A Reply

Your email address will not be published.