Latest Odisha News

BREAKING NEWS

ଦୂତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଦୂତିଙ୍କ ସଫଳତାରେ ସାରା ଭାରତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି “ଭାରତୀୟ ଝିଅ ଦୂତି ଏସୀୟ କ୍ରୀଡାରେ ୨୦୦ମି. ଦୌଡରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଆଉ ଗୋଟିଏ ସଫଳତା ଆଣିଦେଇଛନ୍ତି । ଏଥିସହିତ ଏକ ସାଧାରଣ ପରିବାରରୁ ଆସି ଦୂତି ରାଜ୍ୟ ତଥା ସମଗ୍ର ଦେଶକୁ ଗୌରବାନ୍ୱିତ କରିଥିବାରୁ ଦୂତିଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ” ।

Leave A Reply

Your email address will not be published.