Latest Odisha News

BREAKING NEWS

ବାଲେଶ୍ୱର: ଦେଢ ଲକ୍ଷ ଟଙ୍କାର ୧୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ୱର: ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ପୋଲିସ ଗୁରୁବାର ଦିନ ୧୦ଗ୍ରାମ ଜବତ କରିଛି । ଏନେଇ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ଚଳନ୍ତି ଛକରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋ ଚାଳକର ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟ କରି ପୋଲିସ ଅଟୋକୁ ଅଟକାଇଥିଲା । ଅଟୋକୁ ଯାଞ୍ଚ କଲାବେଳେ ସେଥିରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ ।

 

ଗିରଫ ହୋଇଥିବା ୨ଜଣ ଅଭିଯୁକ୍ତ ହେଲେ ପୁରୁଣା ଭୁବନେଶ୍ୱରର ଦୀପକ ମହାପାତ୍ର ଏବଂ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଧୀରେନ ମହାପାତ୍ର ।

ଜବତ ହୋଇଥିବା ୧୦ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

“ଏକ ବ୍ରାଉନସୁଗାର ର୍ୟାକେଟ ଚାଲିଥିବା ଅନୁମାନ କରାଯାଉଛି, ଏହି ର୍ୟାକେଟରେ ଅନ୍ୟ କେଉଁମାନେ ସଂଶ୍ଳିଷ୍ଟ ରହିଛନ୍ତି ସେନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯିବ,”ବୋଲି ତଦନ୍ତ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.