Latest Odisha News

BREAKING NEWS

ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଭାରତୀୟ ଲଳନା ମାନେ ଆଥଲେଟିକରେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି । ମହିଳା ୧୦୦ମି. ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ତେଣୁ ଏହି ରୌପ୍ୟ ପଦକର ମହତ୍ୱ ଅଧିକ ଯେହେତୁ ୧୯୮୬ ମସିହା ପରେ କୌଣସି ମହିଳା ୧୦୦ମି.ରେ ଦୌଡରେ ପଦକ ହାସଲ କରିବାରେ ଏହା ପ୍ରଥମ ।

ଆଜି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ ଏହି ଅବସରରେ ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.