Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ସିନ୍ଧୁ, ଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କଲେ

ଜାକର୍ତ୍ତା: ଆଇକନ ମହିଳା ଖେଳାଳି ପି.ଭି ସିନ୍ଧୁ ଏସିଆନ ଗେମ୍ସର ବ୍ୟାଡ଼ମିଣ୍ଟନ ଫାଇନାଲକୁ ଉନ୍ନିତ ହୋଇଛନ୍ତି ।

ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସିନ୍ଧୁ ଜାପାନର ୨ନଂ ସିଡ଼େଡ଼ ଖେଳାଳି ଏସ ୟାମାଗୁଚିଙ୍କୁ ୨୧-୧୭, ୧୫-୨୧, ୨୧-୧୦ ଗେମରେ ପରାସ୍ତ କରିଛନ୍ତି ।

ପି.ଭି. ସିନ୍ଧୁ ଫାଇନାଲକୁ ଉନ୍ନିତ ହୋଇ ଇତିହାସ ରଚିଛନ୍ତି । ପୂର୍ବରୁ କୌଣସି ମହିଳା ଭାରତୀୟ ଖେଳାଳି ଏସିଆଡ଼ ବ୍ୟାଡ଼ମିଣ୍ଟନ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି ।

ଅନ୍ୟ ଏକ ସେମିଫାଇନାଲରେ ଭାରତୀୟ ବ୍ୟାଡ଼ମିଣ୍ଟନ ସେନସେସନ୍ ସାଇନା ନେହେୱାଲ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Leave A Reply

Your email address will not be published.