Latest Odisha News

BREAKING NEWS

କୋରୋନା କାଳରେ ଓଡ଼ିଶାକୁ କେତେ କେନ୍ଦ୍ରୀୟ ସହାୟତା ? ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ୩ କୋଟି ୧୭ ଲକ୍ଷ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଦିଆଯାଇଛି ।

ପିଏମ୍ କିଷାନ ଯୋଜନାରେ ୨୦.୩ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି । ଓଡ଼ିଶାର ଚାଷୀଙ୍କୁ ପ୍ରଦାନ କରାଯାଇଛି ୪୦୦.୬୩ କୋଟି ଟଙ୍କା । ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୧୨.୪୯ କୋଟି ଟଙ୍କା ଦିଆଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ସେହିପରି ଓଡ଼ିଶାର ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪% ଋଚୠ କେନ୍ଦ୍ର ଦେଇଛି । ଓଡ଼ିଶା ପାଇଁ ୧୦୧.୪୮ କୋଟି ଟଙ୍କା ଦେଇଛନ୍ତି ସରକାର । ଓଡ଼ିଶାକୁ ଏଝଞ କ୍ଷତିପୂରଣ ବାବଦରେ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଥିବା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.