Latest Odisha News

BREAKING NEWS

କୁଳମଣି ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

କଟକ: ମାହାଙ୍ଗାରେ ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଆଜି ଶ୍ରଦ୍ଧାଂଜଳି ସଭାରେ ଯୋଗ ଦେଇ ସେ କହିଛନ୍ତି ।

ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ । ଏଥି ସହ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ପ୍ରଧାନ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.