Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମହିଳା ମାନେ ନିଜ ମୁରୁଜର ଭିଡିଓ ଓ ସମ୍ପୂର୍ଣ୍ଣ ଫୋଟୋ ଉଠାଇ ମାତୃଶକ୍ତି ଶ୍ରୀ ଗୋବିଜ୍ଞାନକୁ ପଠେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଏହି ଭିଡ଼ିଓ ଓ ଫୋଟୋ ଗୁଡିକ ମାତୃଶକ୍ତି ଶ୍ରୀ ଗୋବିଜ୍ଞାନର ୟୁଟ୍ୟୁବ ଚେନାଲରେ ଗତ ଡିସେମ୍ବରରୁ ପ୍ରସାରିତ ହୋଇ ପ୍ରତିଯୋଗିତାର ନିୟମ ଅନୁଯାୟୀ ସ୍ୱତନ୍ତ୍ର କୋଡ ମାଧ୍ୟମରେ ଭୋଟିଂ କରାଯାଇ ପାଞ୍ଚ ଜଣଙ୍କୁ ବିଜେତା ଚୟନ କରାଯାଇଥିଲା। ଅନୁଷ୍ଠାନରେ ପ୍ରସ୍ତୁତ ହୋଇଥିବା ଦେଶୀ ଜିଣିଷକୁ ପୁରସ୍କାର ରାଶିର ମୂଲ୍ୟ ଅନୁସାରେ ବିଜେତା ମାନଙ୍କୁ ପ୍ରଦାନ କରାଯାଇଥିଲା।

ସାବିତ୍ରୀ ବେହେରା, ବିନ୍ଦିଆ ତେଜସ୍ୱିନୀ, ମାନିନୀ ସାହୁ , ସ୍ମରଣିକା ରାଉତ ଏବଂ କଳ୍ପନା ମୁଦୁଲି ପ୍ରତିଯୋଗିତାରେ ଯଥାକ୍ରମେ ବିଜୟିନୀ ହୋଇଛନ୍ତି। ଆଗାମୀ ଦିନରେ ସ୍ୱାସ୍ଥ୍ୟ, କୁଟୀର ଶିଳ୍ପ ଇତ୍ୟାଦି କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରମୁଖ ରୋଜେଶ ଦାସ କହିଛନ୍ତି।

Leave A Reply

Your email address will not be published.