Latest Odisha News

BREAKING NEWS

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ‘ୟଶ’ । ଏଥିପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । କିପରି ବାତ୍ୟାକୁ ସଫଳତାର ସହ ମୁକାବିଲା କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ନେଇ ଅଧିକାରୀଙ୍କ ସହ ୩ କେନ୍ଦ୍ରମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପୀୟୁଷ ଗୋଏଲ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ପ୍ରସ୍ତୁତ ଅଚନ୍ତି । ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାରେ ଏନଡିଆରଏଫ ପକ୍ଷରୁ ୫୨ଟି ଟିମ୍ ମୁତୟନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ ଯାଜପୁରରେ ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି । ଏହାସହ ମୁକାବିଲା ପାଇଁ ତୈଳ ଓ ଇସ୍ପାତ ଶିଳ୍ପ ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ମେଡିକାଲ ଅକ୍ସିଜେନ ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.