Latest Odisha News

BREAKING NEWS

ମଦ ବ୍ୟବସାୟୀଙ୍କୁ ଟିକସ ଛାଡ ନିଷ୍ପତ୍ତିକୁ ନେଇ କଂଗ୍ରେସର ପ୍ରତିବାଦ

ଯାଜପୁର: ମଦ ବ୍ୟବସାୟୀଙ୍କୁ ଟିକସ ଛାଡ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ଦଳ ବିରୋଧ କରିଛି । ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଦାବି ପତ୍ରରେ ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କୁ ଟିକସ ଛାଡ କରିଥିବାବେଳେ ଅନ୍ୟ ଦୋକାନୀ କାହିଁକି ବାଦ୍ ପଡିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେହିଭଳି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରରୁ ଭାଟ୍ ହ୍ରାସ କରିବାକୁ ଦାବି ହୋଇଛି । ସରକାର ତୁରନ୍ତ ଏହି ସମସ୍ତ ଦାବି ପୂରଣ ନକଲେ ଆନ୍ଦୋଳନର ଚେତାବନୀ ଦେଇଛି କଂଗ୍ରେସ ।

Leave A Reply

Your email address will not be published.