Latest Odisha News

BREAKING NEWS

ଆଜି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଦୁଲୁକୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ହେଭିଓ୍ୱେଟ କ୍ୟାମ୍ପେନ ଚଳାଇଛି ତିନି ରାଜନୈତି ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବେ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ରାମ୍ପେଲା, ବାଗମୁଣ୍ଡା, ପଞ୍ଚ ଗାଁ, କନକତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ ।

କନକତୋରାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସହ ନିର୍ବାଚନୀ ରୋଡ ସୋ’ରେ ସାମିଲ ହେବେ । ରାଧାରାଣୀଙ୍କ ପାଇଁ ଉପନିର୍ବାଚନରେ ଜନ ସମର୍ଥନ ମାଗିବେ ଧର୍ମେନ୍ଦ୍ର ପ୍ରଧାନ ।

ବ୍ରଜରାଜନଗରରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବହୁ ବିଧାୟକ । ଗାଁ ଗଣ୍ଡା ଓ ସହରରେ ମାଳ ମାଳ ନେତା ବୁଲୁଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ସଭା, ଶୋଭାଯାତ୍ରା ସହ ଘରକୁ ଘର ବୁଲି ପ୍ରାର୍ଥୀ ମାଗୁଛନ୍ତି ପ୍ରାର୍ଥୀ ।

Leave A Reply

Your email address will not be published.