Latest Odisha News

BREAKING NEWS

ପୁରୀ ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ ହୋଇଛି । ଜିପିଆରଏସରେ ୩ ମେସିନ୍, ୫ ଇଞ୍ଜିନିୟର ଓ ୮ କାର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି  । ଓବିସିସିର ଚିଠି ପରେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଜରିଆରେ କରାଯାଉଛି ଜିପିଆର୍ ସର୍ଭେ ।

ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ । ରାତିରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ଥିଲା ବୋଲି ଦାୟିତ୍ୱରେ ଥିବା ଇଞ୍ଜିନିୟର କହିଛନ୍ତି  । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତକାଲି ବିଳମ୍ବିତ ରାତିରେ ଜିପିଆର ସର୍ଭେକୁ ନେଇ ବିବାଦ ଦେଖାଦେଇଛି । ଖନନ ସରିବା ପରେ ଜିପିଆର୍‌ ସର୍ଭେ କାହିଁକି ବୋଲି ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.