Latest Odisha News

BREAKING NEWS

ପିପିଲି ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ମାହୋଲ ସରଗରମ ହେଲାଣି । ପ୍ରଚାର କରିବାକୁ ସହବାଜ ହେଲେମି ସବୁ ଦଳର ନେତା ଓ କର୍ମୀ । ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ରେଡି ହେଲେଣି । ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓହ୍ଲାଇବେ ବୋଲି ଜଣାପଡିଛି ।

ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଏହାସହ ଅନ୍ୟ କିଛି କେନ୍ଦୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବେ ବୋଲି ଜଣାପଡିଛି । ୮ ତାରିଖରୁ ବିଜେପି ପିପିଲି–ଡେଲାଙ୍ଗ ଅଞ୍ଚଳରେ ଜୋନାଲ ରାଲି କରିବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ଅପେକ୍ଷା କରିଛନ୍ତି କେବେ ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ।

Leave A Reply

Your email address will not be published.