Latest Odisha News

BREAKING NEWS

ଝାରସୁଗୁଡାରୁ ମୁମ୍ବାଇ ସିଧାସଳଖ ବିମାନ ସେବା ଲାଗି ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଝାରସୁଗୁଡା-ମୁମ୍ବାଇ ସିଧାସଳଖ ବିମାନ ଉଡାଣ ଆରମ୍ଭ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଗୁରୁବାର ଦିନ ପତ୍ର ଲେଖି ଜଣାଇଛନ୍ତି । ଆହୁରି ମଧ୍ୟ ଉଡାଣ ଯୋଜନାକୁ ଆରମ୍ଭ କରିଥିବା ଯୋଗୁଁ ଧର୍ମେନ୍ଦ୍ର ମୋଦି ସରକାରଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଛନ୍ତି ।

“ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏଁ (ବିଏସଏସ) ବିମାନ ବନ୍ଦରର ସ୍ଥାପନା ଦ୍ୱାରା ପଶ୍ଚିମ ଓଡିଶାର ଲୋକମାନେ ବହୁଳ ଭାବେ ଉପକୃତ ହେଉଛନ୍ତି । ଆହୁରି ମଧ୍ୟ ଉକ୍ତ ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଏଠାକାର ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡା-ମୁମ୍ବାଇ ସିଧାସଳଖ ବିମାନ ଉଡାଣ ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି” ।

ଆହୁରି ମଧ୍ୟ ସ୍ପାଇସ୍ ଜେଟ୍ ଦ୍ୱାରା ବର୍ତ୍ତମାନ କରାଯାଉଥିବା ଉଡାଣ ସଞ୍ଚାଳନ ଯୋଗୁଁ ପଶ୍ଚିମ ଓଡିଶାବାସୀ ଖୁବ୍ ଉପକୃତ ହେଉଛନ୍ତି । ଏଥିସହିତ ଯାତ୍ରୀମାନଙ୍କ ଯାତାୟାତରେ ହେଉଥିବା ବୃଦ୍ଧି ଯୋଗୁଁ ବିଏସଏସ୍ ବିମାନ ବନ୍ଦର ମଧ୍ୟ ଲାଭାନ୍ୱିତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.