Latest Odisha News

BREAKING NEWS

କୋଇଲା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ତାଳଚେର MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି,  କୋଭିଡ ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ଵାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ । ଓଡ଼ିଶାରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।

କୋଭିଡର ପ୍ରଥମ ଲହରି ବେଳେ ୧୪୪ ଶଯ୍ୟା ବିଶିଷ୍ଟ ଓ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ସଂକ୍ରମଣ ବ୍ୟାପୁଥିବାରୁ ଏହି ହସ୍ପିଟାଲକୁ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଗଲେ କୋଭିଡ୍ ରୋଗୀ ଉପକୃତ ହୋଇପାରିବେ ।

ଅନୁଗୋଳ ଜିଲ୍ଲାରେ କୋଭିଡ୍ ମାମଲା ବଢୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡିକାଲ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଏମସିଏଲ୍ ହସ୍ପିଟାଲରେ ଆଇସିୟୁ ସୁବିଧା ସହ କୋଭିଡ୍ ହସ୍ପିଟାଲ ଭାବେ ଘୋଷଣା କରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.