Latest Odisha News

BREAKING NEWS

କରୋନାର ନୂଆ ରେକର୍ଡ: ଦେଶରୁ ଦିନକରେ ୩ଲକ୍ଷ ୩୨ ହଜାର ପଜିଟିଭ୍, ୨୨୬୩ ମୃତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ରେକର୍ଡ କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ 3ଲକ୍ଷ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୨ହଜାର ୭୩୦ ପଜିଟିଭ୍ । ସଂକ୍ରମଣ ବଢୁଛି, ତାସହ ଘାତକ ହେଉଛି କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୨ଶହ ୬୩ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୮୬ହଜାର ୯୨୦କୁ ବୃଦ୍ଧି ପାଇଛି । ସେହିପରି ସଂକ୍ରମିତ ହେଲେଣି ୧କୋଟି ୬୨ଲକ୍ଷ ୬୩ ହଜାର ୬୯୪ ଜଣ । ଗତ ୨୪ ଘଣ୍ଟାରେ ଆଉ ୧ଲକ୍ଷ ୯୩ହଜାର ୨୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୪ଲକ୍ଷ ହଜାର ୬୧୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ମହାରାଷ୍ଟ୍ର ସମେତ ୧୦ଟି ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ଦ୍ରୁତ ବଢୁଛି । ସେହିପରି ୧୦ଟି ରାଜ୍ୟରେ ଡେଥ୍ କେସ୍ ବି ଅଧିକ ରହୁଛି ।

Leave A Reply

Your email address will not be published.