ହାଇଦ୍ରାବଦ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୪୪ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଶିଖର ଧାୱନ ଓପନିଂରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେ ଏକାକୀ ୬୬ ବଲରେ ୧୨ ଚୌକା ଓ ୫ଛକା ସହାୟତାରେ ୯୯ ରନ କରିଥିଲେ । ସାମ କୁରାନ ୨୨ ରନ କରିଥବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ମୟଙ୍କ ମାର୍କଣ୍ଡେୟ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।
ଉମରାନ ମାଲିକ ଓ ମାର୍କୋ ଜାନସେନ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ହାଇଦ୍ରାବାଦ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏକଦା ପଞ୍ଜାବ ୧୦୦ ରନ କରିପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଗବରଙ୍କ ମନଲୋଭା ଇନିଂସ ଯୋଗୁଁ ଦଳ ଏକ ଆଭରେଜ ଟାର୍ଗେଟ ବିପକ୍ଷ ଦଳକୁ ଦେବାରେ ସଫଳ ହୋଇଥିଲା ।
Comments are closed.