Latest Odisha News

BREAKING NEWS

ଫାଦର୍ସ ଡେରେ ବି ପୁଅ ସହ କଥା ହୋଇ ପାରିଲେ ନାହିଁ କ୍ରିକେଟର ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପାଇଁ ଫାଦର୍ସ ଡେରେ ସମ୍ପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସମସ୍ତ ଉଦ୍ୟମ ସତ୍ୱେ ସେ ତାଙ୍କ ପୁଅ ସହ କଥା ହୋଇପାରି ନ ଥିଲେ । ଶିଖର ଓ ଆୟଶା ମୂର୍ଖାଜୀଙ୍କ ବିବାହ ବିଚ୍ଛେଦ ଘଟି ସାରିଛି । ସେବେଠାରୁ ଆୟଶା ପିଲାମାନଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି । ଶିଖରଙ୍କ ପୁଅ ଜୋରାଭର ମଧ୍ୟ ସେମାନଙ୍କ ସହ ରହୁଛନ୍ତି । ଆୟଶା ଭାରତୀୟ ବ୍ୟାଟ୍ସମ୍ୟାନଙ୍କଠାରୁ ୧୦ ବର୍ଷ ବଡ । ଏହା ସତ୍ୱେ ଉଭୟ ପରସ୍ପରକୁ ଭଲ ପାଇଥିଲେ ଏବଂ ୨୦୧୨ରେ ବିବାହ କରିଥିଲେ । ଆୟଶାଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଶିଖର ତାଙ୍କ ବାପାଙ୍କୁ ଫାଦର୍ସ ଡେର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ମୁଁ ମୋ ପୁଅ ସହିତ କଥା ହୋଇ ନ ପାରିବା ଯନ୍ତ୍ରଣା ସବୁ ବାପାମାନେ ବୁଝି ପାରୁଥିବେ । ଗତ ବର୍ଷ ଶିଖର ଓ ଆୟଶା ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଥିଲେ । ଆୟଶା ଅଷ୍ଟ୍ରେଲୀୟ ନାଗରିକ ହୋଇଥିବାରୁ ପିଲାମାନଙ୍କୁ କିଏ ରଖିବ ସେ ନେଇ ଚୂଡାନ୍ତ ନିଷ୍ପତି ହୋଇପାରି ନାହିଁ ।

Leave A Reply

Your email address will not be published.