Latest Odisha News

ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଗୌହାଟୀ: ଏଠାରେ ବୁଧବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୧୯୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଦଳ ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଧାୱନ ୫୬ ବଲରେ ୯ ଚୌକା ଓ ୩ଛକା ବଳରେ ୮୬ ରନ କରି ଅପରାଜିତ ରହିଥିଲେ । ପ୍ରଭସିମରନ ସିଂ ୬୦ ଓ ଜିତେଶ ଶର୍ମା ୨୭ ରନର ଇନିଂସ ଖେଳିଥିଲେ । ରାଜସ୍ଥାନ ପକ୍ଷରୁ ଜାସନ ହୋଲ୍ଡର ସର୍ବାଧିକ ୨ଟି ୱିକେଟ ହାସଲ କରିଥିଲେ । ଆର.ଅଶ୍ୱୀନ ଓ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ରାଜସ୍ଥାନ ଏବଂ ପଞ୍ଜାବ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ଥିବା ସୂଚନା ଦେଇଥିବାରୁ ଏହି ମ୍ୟାଚ ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Comments are closed.