Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ’ ରାହୁଲ ଡରରେ ରଣନୀତି ଫେଲ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଇମ୍ପାକ୍ଟ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଯେଉଁ କଂଗ୍ରେସ ଅଲୋଡ଼ା ହୋଇପଡିଥିଲା ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା ସେହି ରାହୁଲଙ୍କ ପାଇଁ ଆଜି ବହୁ ନେତା କଂଗ୍ରେସକୁ ଆସୁଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ ତାହା ଦେଖିବାକୁ ମିଳୁଛି।

ଖାଲି ସେତିକି ନୁହେଁ ରାହୁଲଙ୍କ ଯୋଗୁ କଂଗ୍ରେସ ସପକ୍ଷରେ ଯେଉଁ ରାଜନୈତିକ ବାତାବରଣ ତିଆରି ହୋଇଛି ତାକୁ ଆଖି ଆଗରେ ରଖି ବିଜେପି ମାପିଚୁପି ନିଷ୍ପତ୍ତି ନେଉଥିବା ଆଲୋଚନା ହେଉଛି। ଏପରିକି ଏ ପର୍ଯ୍ୟନ୍ତ କର୍ଣ୍ଣାଟକରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

କର୍ଣ୍ଣାଟକରେ ଜଣଙ୍କ ପରେ ଜଣେ ବିଧାନ ପରିଷଦ ସଦସ୍ୟ ଦଳ ଛାଡୁଥିବା ଦେଖାଯାଇଛି। ବାବୁରାଓ ଛିଞ୍ଚାନସୁର ଓ ପୁତାନ୍ନାଙ୍କ ପରେ ଏବେ ଆୟାନୁର ମଂଜୁନାଥ ବିଜେପି ଛାଡିବା ନେଇ ସ୍ପଷ୍ଟ କରିଛନ୍ତି। ବିଜେପି ଛାଡୁଥିବା ନେତାମାନେ କଂଗ୍ରେସ ମୁହାଁ ହେଉଛନ୍ତି।

ଯାହାକୁ ନେଇ ବିଜେପିର ମୁଣ୍ଡବ୍ୟଥା ବଢିଛି। ଏପରିକି ୨୦୧୯ ମସିହାରେ କଂଗ୍ରେସ ଛାଡିଥିବା କିଛି ବିଧାୟକ ପୁଣିଥରେ ଦଳକୁ ଫେରିବାକୁ ଯୋଗାଯୋଗ କରୁଥିବା ଚର୍ଚ୍ଚା ହେଉଛି। ବିଜେପିରେ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ କଂଗ୍ରେସର ଲୋକପ୍ରିୟତା ବୃଦ୍ଧି କରିଥିବା କୁହାଯାଉଛି।

ଯେଉଁଥିପାଇଁ ବିଜେପିର ବହୁ ନେତା କଂଗ୍ରେସରେ ସାମିଲ ହେଉଥିବା ବେଳେ ଆଗକୁ ଆହୁରି ବିଜେପି ନେତା କଂଗ୍ରେସରେ ମିଶିବେ ବୋଲି ଆଲୋଚନା ହେଉଛି। ସେପଟେ ଏସବୁ ସ୍ଥିତିକୁ ଦେଖି ବିଜେପି ଏ ଯାଏ ଦଳୀୟ ଟିକେଟ ଘୋଷଣା କରିପାରୁନି।

କଂଗ୍ରେସ ଓ ଜେଡିଏସ ପ୍ରଥମ ପର୍ଯ୍ୟାୟ ଦଳୀୟ ଟିକେଟ ଘୋଷଣା କରିସାରିଥିବା ବେଳେ ବିଜେପି ଏ ଯାଏ ଘୋଷଣା କରିନି। କର୍ଣ୍ଣାଟକ ବିଜେପିରେ ବହୁ ଦଳୀୟ ଟିକେଟ ଆଶାୟୀ ଥିବା ବେଳେ ଦଳ ବିଲମ୍ବରେ ଟିକେଟ ଘୋଷଣା କରିପାରେ ବୋଲି କୁହାଯାଉଛି। ଯାହାଦ୍ୱାରା ବିଦ୍ରୋହୀ ପ୍ରାର୍ଥୀମାନେ ଆଉ ଅନ୍ୟ କୌଣସି ଦଳକୁ ଯାଇପାରିବେନି କିମ୍ବା ଦଳକୁ ସେତେଟା କ୍ଷତି ପହଞ୍ଚାଇ ପାରିବେନି ବୋଲି କୁହାଯାଉଛି।

ସେପଟେ ଖୁବ କମ ଦିନରେ ରାଜନୈତିକ ଚିତ୍ର କିଭଳି ବଦଳିଛି ତାକୁ ନେଇ ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବେ ରାହୁଲ ଗାନ୍ଧୀଙ୍କୁ କିମ୍ବା କଂଗ୍ରେସକୁ ହାଲକା ଭାବେ ନେଉଥିବା ବିଜେପି ଏବେ କଂଗ୍ରେସର ରଣନୀତିକୁ ଆଖି ଆଗରେ ରଖି ଅତି ସତର୍କତା ର ସହ ପଦକ୍ଷେପ ନେଉଥିବା କୁହାଯାଉଛି।

Leave A Reply

Your email address will not be published.