Latest Odisha News

BREAKING NEWS

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ ସଦସ୍ୟ ବବୁଲ ରାଉତଙ୍କୁ ଫୋନ କରିଥିଲେ ।

ପରେ ବବୁଲଙ୍କ ଠାରୁ ଖବର ପାଇ ଅନୁଗୁକ ଜିଲ୍ଲା ବନ୍ତଳା ଅଞ୍ଚଳର ସ୍ନେକ ହେଲପ ଲାଇନ ସଦସ୍ୟ ଶୁସାନ୍ତ ସାହୁ ଆସି ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ନିକଟବର୍ତ୍ତି ଜଙ୍ଗଲରେ ଫରେଷ୍ଟ ଗାର୍ଡ ମନୋଜ ବେହେରାଙ୍କ ଉପସ୍ଥିତିରେ ଛାଡି ଦିଆଯାଇଥିଲା ।

Leave A Reply

Your email address will not be published.