Latest Odisha News

ଆଇପିଏଲରେ ଧୋନୀ ହେଲେ ବୟୋଜ୍ୟେଷ୍ଠ ଅଧିନାୟକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଅହମ୍ମଦାବାଦରେ ଆରମ୍ଭ ହୋଇଯାଇଛି । ଗୁଜରାଟ ଟାଇଟନ୍ସ ବିଜୟ ମ୍ୟାଚ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ପାଦ ଦେବା ମାତ୍ରେ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଧୋନୀ ଆଇପିଏଲରେ ସବୁଠାରୁ ବୟୋଜ୍ୟେଷ୍ଠ (୪୧ ବର୍ଷ ୨୬୭ ଦିନ) ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ରାହୁଲ ଦ୍ରାବିଡଙ୍କ ନାମରେ ଥିଲା । ସେ ୪୦ ବର୍ଷ ୨୬୮ ଦିନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିଲେ । ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ମ୍ୟାଚରେ ଧୋନୀଙ୍କ ଖେଳିବା ନେଇ ସନ୍ଦେହ ଥିଲେ ମଧ୍ୟ ଏହା ଦୂର ହୋଇଛି । ଧୋନୀ ଦଳର ନେତୃତ୍ୱ ନେଉଛନ୍ତି ।

ସବିଶେଷ ଖବର ହସ୍ତଗତ ହେଲ ବେଳକୁ ଚେନ୍ନାଇ ୬ ଓଭରରେ ୨ଟି ୱିକେଟ ହରାଇ ୫୧ ରନ କରିଛି । ସୂଚନାଯୋଗ୍ୟ, ଚେନ୍ନାଇ ୪ଥର ଟାଇଟଲ ହାସଲ କରିଥିବା ବେଳେ ଗୁଜରାଟ ପଦାର୍ପଣ ଆଇପିଏଲରେ ଚାମ୍ପିୟନ ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲା ।

Leave A Reply

Your email address will not be published.