Latest Odisha News

ଆରମ୍ଭ ହେଲା ଆଇପିଏଲ, ନାଟୁ ନାଟୁରେ ନାଚିଲେ ରଶ୍ମିକା

ଅହମ୍ମଦାବାଦ: ଏକ ବର୍ଣ୍ଣାଢ୍ୟ ପରିବେଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ଊଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୧ ଘଂଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ମନ୍ଦିରା ବେଦୀ ପରିଚାଳନା କରିଥିଲେ । ବଲିଉଡ ଗାୟକ ଅରଜିତ ସିଂ କେସରିୟା ଲହରା ଦୋ, ଆପନା ବନା ଲେ, ଝୁମେ ଜୋ ପଠାନ ଓ ଶୁଭନାଲ୍ଲା ପରି ଲୋକପ୍ରିୟ ଗୀତ ଗାଇଥିଲେ । ଦକ୍ଷିଣ ଭାରତର ଅଭିନେତ୍ରୀ ରଶ୍ମିକା ମାନ୍ଦାନା ଶ୍ରୀବଲ୍ଲୀ, ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିଥିଲେ । ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

ତମନ୍ନା ଭାଟିଆ ମଧ୍ୟ ତୁନେ ମାରି ଏଂଟ୍ରି ଏବଂ ଅନ୍ୟ କେତେଗୁଡିଲ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କୁ ମୋହିତ କରିଥିଲେ । ନିଜ ନିଜ ଟିମକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ଦର୍ଶକମାନେ ପୋଷ୍ଟର୍ସ ନେଇ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିନାୟକ ଉପସ୍ଥିତ ହୋଇପାରି ନ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂ ଧୋନୀ ଉପସ୍ଥିତ ଥିଲେ । ସେମାନଙ୍କ ମ୍ୟାଚ ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଥିବାରୁ ଷ୍ଟାଡିୟମରେ ଏହାକୁ ଉପଭୋଗ କରିଥିଲେ ।

୨୦୧୯ ପରେ ପୁନର୍ବାର ଉଦଘାଟନୀ କାର୍ଯ୍ୟକ୍ରମ ଧୂମଧାମରେ ଆୟୋଜିତ ହୋଇଥିଲା । ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ମଧ୍ୟରେ ମୁକାବିଲା ହେବ । ଉଦ୍‌ଘାଟନୀ କାର‌୍ୟ୍ୟକ୍ରମରେ ବିସିସିଆଇ ସଚିବ ଜୟ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.