Latest Odisha News

BREAKING NEWS

ଟି୨୦ରେ ଧୋନୀ ମାରିଲେ ୩୫୦ ଛକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟି୨୦ କ୍ରିକେଟରେ ୩୫୦ ଛକା ପୂରଣ କରିଛନ୍ତି । ଏଥିସହ ସେ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ୩୫୦ରୁ ଊର୍ଦ୍ଧ୍ୱ ଛକା ମାରିଛନ୍ତି । ରୋହିତ ସର୍ବାଧିକ ୫୪୨ ଛକା ମାରି ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ କୋହଲି ୪୩୪ ଛକା ସହ ଦ୍ୱିତୀୟ ଓ ସୂର୍ଯ୍ୟକୁମାର ୩୬୮ ଛକା ମାରି ତୃତୀୟରେ ରହିଛନ୍ତି । ସଞ୍ଜୁ ସାମସନ ୩୪୮ ଛକା ମାରି ଧୋନୀଙ୍କ ପଛକୁ ୫ମ ସ୍ଥାନରେ ରହିଛନ୍ତି ।

ମେ ୨୦ରେ ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି । ଧୋନୀ ଏହି ମ୍ୟାଚରେ ଗୋଟିଏ ଛକା ସହାୟତାରେ ୧୬ ରନ କରିଥିଲେ । ଯୁଦ୍ଧବୀର ସିଂ ୩ଟି ୱିକେଟ ଅକ୍ତିଆର କରିଥିଲେ । ଆୟୂଷ ମାହାତ୍ରେ ଦଳ ପକ୍ଷରୁ ସର୍ବାଧିକ ୪୩ ରନ କରିଥିଲେ । ସୂଚନାଯୋଗ୍ୟ, ଚେନ୍ନାଇ ଓ ରାଜସ୍ଥାନ ଟିମ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ୫ ଥର ଚାମ୍ପିୟନ ଚେନ୍ନାଇର ପ୍ରଦର୍ଶନ ଏଥର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।

Comments are closed.