Latest Odisha News

BREAKING NEWS

ରିତୁରାଜ ଓହରିଲେ, ଧୋନୀ ହେଲେ ଅଧିନାୟକ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଇତି ମଧ୍ୟରେ ଦଳର ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛି । ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କୋଚ ଷ୍ଟିଫେନ ଫ୍ଲେମିଂ ଏହା ପୃଷ୍ଟି କରିଛନ୍ତି । ଚେନ୍ନାଇର ହଠାତ ଏହି ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ୨୦୨୪ରେ ରିତୁରାଜଙ୍କୁ ପ୍ରଥମେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପରେ ତାଙ୍କୂୁ ହଟାଯାଇଥିଲା । ୨୦୨୨ରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦଳର ପ୍ରଦର୍ଶନ ଖରାପ ରହିବାରୁ ସିଜନ ଅଧାରୁ ଧୋନୀଙ୍କୁ ଅଧିନାୟକ କରାଯାଇଥିଲା । ୨୦୨୩ରେ ଧୋନୀଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହୋଇଥିଲା ।

ଚଳିତ ସଂସ୍କରଣରେ ଚେନ୍ନାଇ ୫ଟି ମ୍ୟାଚରୁ ୪ଟିରେ ପରାଜୟବରଣ କରି ଖରାପ ସ୍ଥିତିରେ ରହିଛି । ଦଳର ରନରେଟ ମଧ୍ୟ -୦.୮୮୯ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଚେନ୍ନାଇକୁ ବାକି ଥିବା ୯ ମ୍ୟାଚରୁ ୬ କିମ୍ବା ୭ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ରିତୁରାଜଙ୍କ ଅନୁପସ୍ଥିତି ଦଳର ବ୍ୟାଟିଂ ବିଭାଗକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି । ଧୋନୀଙ୍କ ନେତୃତ୍ୱରେ ଦଳ କିପରି ପ୍ରଦର୍ଶନସ୍ତର ସୁଧାରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ । ସୂଚନାଯୋଗ୍ୟ, ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟଲ ହାସଲ କରିଛି ।

Comments are closed.