Latest Odisha News

ଆଇପିଏଲ ୨୦୨୪ ଖେଳିବା ନେଇ ସୂଚନା ଦେଲେ ଧୋନୀ

ଚେନ୍ନାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ନେଇ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଆଉ କିଛି ବର୍ଷ କ୍ରିକେଟକୁ ଉପଭୋଗ କରିବାକୁ ଚାହୁଁଛି । ଚେନ୍ନାଇ ସୁପର କିଙ୍ଗସକୁ ଧୋନୀ ଏ ପର୍ଯ୍ୟନ୍ତ ଖେଳିବାକୁ ଇଚ୍ଛୁକ ଅଛନ୍ତି କି ନାହିଁ ବିଧିବଦ୍ଧ ଭାବେ ଜଣାଇ ନାହାନ୍ତି । ଚେନ୍ନାଇ ଟିମର ବୈଠକ ଅକ୍ଟୋବର ୨୯ ଓ ୩୦ରେ ହେବ । ଏଥିରେ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ଆଇପିଏଲ ଆରମ୍ଭରୁ ଧୋନୀ ଚେନ୍ନାଇ ଟିମ ସହିତ ଜଡିତ ଅଛନ୍ତି । ତାଙ୍କ ନେତୃତ୍ୱରେ ଟିମ ୫ ଥର ଚାମ୍ପିୟନ ହେବାରେ ଗୌରବ ଅର୍ଜନ କରିଛି ।

ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଟିମକୁ ରିଟେନଶନ ତାଲିକା ଦେବାକୁ ପଡିବ । ଗତ ସଂସ୍କରଣରେ ଧୋନୀଙ୍କ ବଦଳରେ ରିତୁରାଜ ଗାଏକ୍ୱାଡ ଦଳର ନେତୃତ୍ୱ ନେଇଥିଲେ । ୪୩ ବର୍ଷୀୟ ଧୋନୀ ଅବଶ୍ୟ କହିଛନ୍ତି ଏବେ ପ୍ରଫେଶନାଲ କ୍ରିକେଟ ଖେଳିବା ଏତେଟା ସହଜ ହେଉ ନାହିଁ । ବ୍ୟକ୍ତିଗତ ଭାବେ ନିଜକୁ ସର୍ବଦା ଫିଟ ରଖିବାକୁ ପଡୁଛି । ଗତ ସଂସ୍କରଣରେ ଧୋନୀ ୨୨୪ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରେ କ୍ରମାଗତ ୩ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ ।

ଧୋନୀ ଏବେ ଅନକ୍ୟାପଡ ଖେଳାଳି ଭାବେ ଚେନ୍ନାଇ ପକ୍ଷରୁ ଖେଳିପାରିବେ । ଚେନ୍ନାଇ ୪ କୋଟି ଟଙ୍କାରେ ଧୋନୀଙ୍କୁ ଦଳରେ ସାମିଲ କରିପାରିବ । ୨୦୨୧ରେ ବନ୍ଦ କରାଯାଇଥିବା ଏହି ନିୟମକୁ ଏବେ ପୂନର୍ବାର ଲାଗୁ କରାଯାଇଛି । ୨୦୨୦ରେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

Leave A Reply

Your email address will not be published.