Latest Odisha News

BREAKING NEWS

ଧୋନୀଙ୍କ ଫିଲ୍ମରେ ଥାଲାପତି ବିଜୟ, ମହେଶ ବାବୁ !

ମାଡ୍ରାସ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ମହେନ୍ଦ୍ର ସିଂ ଧୋନୀ ଖୁବ ଶୀଘ୍ର ତାଙ୍କର ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଧୋନୀ ପିଲ୍ମ ମେକର୍ସ ଭାବେ ପାଦ ଥାପିବାକୁ ଯାଉଛନ୍ତି । ଦକ୍ଷିଣ ଭାରତରେ ସେ ତାଙ୍କ ଏହି ଅଭିଯାନ ଆରମ୍ଭ କରିବେ । ଧୋନୀ ତାଙ୍କ ପ୍ରଥମ ଫିଲ୍ମରେ ଥାଲାପତି ବିଜୟ ଓ ମହେଶ ବାବୁଙ୍କ ପରି ସୁପରଷ୍ଟାରଙ୍କୁ ନେବା ପାଇଁ ଯୋଜନା କରୁଛନ୍ତି । ଏହା ବ୍ୟତୀତ ମାଲାୟଲମ ଫିଲ୍ମର ପୃଥ୍ୱୀରାଜ ସୁକୁମାରନ ଓ କନ୍ନଡର କିଛା ସୁଦୀପଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ଅଛନ୍ତି । ଧୋନୀ ମଧ୍ୟ ଏଥିରେ କାମିଓ ରୋଲ କରିବେ ।

ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଧୋନୀଙ୍କର ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି । ରୋର ଅଫ ଦି ଲାୟନ, ଦି ହିଡେନ ହିନ୍ଦୁ ଓ ବ୍ଲୁଜ ଟୁ ଗ୍ଲୋରୀ ପରି ୩ଟି ଛୋଟ ବଜେଟ ଫିଲ୍ମ ଏହି ବ୍ୟାନର ଅଧିନରେ ନିର୍ମିତ ହୋଇଛି । ଧୋନୀଙ୍କ ପତ୍ନୀ ସାକ୍ଷୀ ଏହାର ବୁଝା ଶୁଝା କରୁଛନ୍ତି ।

Leave A Reply

Your email address will not be published.