Latest Odisha News

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି ।

ଏଥିପାଇଁ ଭୁବନେଶ୍ୱର ଡିସିପିଙ୍କ ସହ ଅଗ୍ନିଶମ, ଟିପିସିଓଡିଏଲ୍ କ୍ଲିୟରାନ୍ସ ଦେବେ । ଶହେ ସ୍କୋୟାର ଫୁଟ୍ ଜାଗା ପାଇଁ ଦୈନିକ ୧୬୦ ଟଙ୍କା ବିଏମସି ସଂଗ୍ରହ କରିବ । ମୋଟ ୭ଟି ସ୍ଥାନରେ ବାଣ ବିକ୍ରି ହେବ । ଗାଡ଼କଣାର ସବରସାହି ମେଲଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗା ମଣ୍ଡପ, ପାଣ୍ଡରାର ପଳାସୁଣି ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ବାଣ ବିକ୍ରି ହେବ ।

ସେହିଭଳି ବାପୁଜୀ ନଗରର ୟୁନିଟ୍-୧ ହାଇସ୍କୁଲ ପଛପାଖ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ର ଶ୍ମଶାନ ସମ୍ମୁଖ ଏବଂ ବଡ଼ଗଡ଼ର ବିଡିଏ ମାର୍କେଟ୍ ପଛ ପାଖରେ ବାଣ ବିକ୍ରି କରାଯିବ ।

Leave A Reply

Your email address will not be published.