ଚେନ୍ନାଇ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଶେଷ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବେ ବୋଲି ପୂର୍ବାନୁମାନ କରାଯାଇଥିଲା । ସବୁ କିଛି ଠିକଠାକ ଥିଲା । ପ୍ରଶଂସକମାନେ ତାଙ୍କ ପ୍ରିୟ ଖେଳାଳିଙ୍କୁ ପଡିଆରେ ଦେଖିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ଆଇପିଏଲ ଆରମ୍ଭ ହେବା ଠିକ ପୂର୍ବରୁ ଧୋନୀ ଆଘାତପ୍ରାପ୍ତ ହେଲେ । ପ୍ରତ୍ୟେକ ମ୍ୟାଚ ପରେ ପ୍ରଶଂସକଙ୍କୁ ତାଙ୍କୁ ଅପେକ୍ଷା କରୁଥିଲେ । ଚେନ୍ନାଇ ପକ୍ଷରୁ ଧୋନୀଙ୍କ ଫିଟନେସ ନେଇ ବିଭିନ୍ନ ସୂଚନା ଦିଆ ଯାଉଥିଲା । ଏହା ମଧ୍ୟରେ ୧୨ଟି ମ୍ୟାଚ ଖେଳା ଯାଇଥିଲେ ମଧ୍ୟ ଧୋନୀଙ୍କୁ ପଡିଆରେ ଦେଖିବାକୁ ମିଳି ନ ଥିଲା । ରିପୋର୍ଟ ମୁତାବକ ଧୋନୀ ଶେଷ ୨ଟି ମ୍ୟାଚରୁ ଗୋଟିକରେ ଖେଳି ପାରନ୍ତି ବୋଲି କୁହାଯାଇଛି ।
ନିକଟରେ ଧୋନୀଙ୍କୁ ଏନଏସଜି କମାଣ୍ଡୋଙ୍କ ସହ ଦେଖିବାକୁ ମିଳିଥିଲା । ସେ ସମ୍ପୂର୍ଣ୍ଣ ଫିଟ ଜଣା ପଡୁଥିଲେ । ଏପରିକି ସେ ପୋଜିଶନ ନେଇ ରାଇଫଲ ମଧ୍ୟ ଚଳାଇଥିଲେ । ଧୋନୀ ଫିଟ ଥିବା ସତ୍ୱେ ସିଏସକେ କଣ ପ୍ରଶଂସକଙ୍କୁ ବୋକା ବନାଉଥିଲା । ଯଦି ସେ ଫିଟ ତେବେ କାହିଁକି ଖେଳୁ ନାହାନ୍ତି । ସେହିପରି ଅନଫିଟ ଅଛନ୍ତି ଯଦି ବିଭ୍ରାନ୍ତିକର ତଥ୍ୟ ଦେଇ ପ୍ରଶଂସକଙ୍କୁ ବୋକା ବନାଇବା ଠିକ ନୁହେଁ । ଚେନ୍ନାଇ ଏବେ ତାର ଶେଷ ୨ଟି ମ୍ୟାଚରେ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶାରେ ରହିଛି ।