ନୂଆଦିଲ୍ଲୀ: ଆସାମର ମାନସ ଜାତୀୟ ଉଦ୍ୟାନର ବାନ୍ସବାରି ରେଞ୍ଜରେ ଏକ ଜଙ୍ଗଲୀ ଗଣ୍ଡା ସଫାରି ଜିପ୍ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ପର୍ଯ୍ୟଟକ ମାନେ ଆତଙ୍କିତ ହୋଇପଡ଼ିଥିଲେ।
ଯେଉଁ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଦୈନିକ ଜଙ୍ଗଲ ସଫାରି ସମୟରେ ଘଟିଥିଲା। ଗଣ୍ଡାଟି ହଠାତ୍ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଖୋଲା ଜିପ୍ ପାଖକୁ ଯାଇଥିଲା। କିଛି ସେକେଣ୍ଡ ମଧ୍ୟରେ ଗଣ୍ଡା ତା’ ସିଂଘରେ ଗାଡ଼ିକୁ ଜୋରରେ ଧକ୍କା ଦେଇ ଓଲଟାଇବାକୁ ଚେଷ୍ଟା କରିଥିଲା। ଯାହା ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଗଣ୍ଡାଟି ବାରମ୍ବାର ସଫାରି ଗାଡ଼ିକୁ ଠେଲି ଉଠାଇବାକୁ କିମ୍ବା ଓଲଟାଇବାକୁ ଚେଷ୍ଟା କରୁଛି। ଏହି ସମୟରେ ପର୍ଯ୍ୟଟକମାନେ ଗାଡ଼ି ଭିତରେ ଭୟଭୀତ ହୋଇ ବସି ରହିଛନ୍ତି।