Latest Odisha News

ଗୀତ ଗାଇଲେ ଧୋନୀ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବିଜ୍ଞାପନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ବିଜ୍ଞାପନରେ ଧୋନୀଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସେ ଏକ ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ବୋଲୋ ଯେ କୋଏଲ ବାଗୋ ମେଁ ଗାଉଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ଧୋନୀ ଅଧିନାୟକ ପଦରୁ ଓହରିଯିବା ଫଳରେ ରିତୁରାଜ ଗାଏକ୍ୱାଡଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ୪୨ ବର୍ଷୀୟ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଆଇପିଏଲ ଓ ୨ ଥର ଚାମ୍ପିୟନ୍ସ ଲିଗ ଜିତିଛି । ସେ ଓଭରାଲ ୨୩୫ ମ୍ୟାଚରେ ଚେନ୍ନାଇର ନେତୃତ୍ୱ ନେଇଛନ୍ତି ।

କ୍ୟାପଟେନ କୁଲ ୧୦ ଥର ଚେନ୍ନାଇକୁ ଫାଇନାଲରେ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣଭ ଭୂମିକା ଗ୍ରହଣ କରିଛନ୍ତି । ଗତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସକୁ ହରାଇ ଚେନ୍ନାଇ ଚାମ୍ପିୟନ ହୋଇଥିଲା । ଧୋନୀ ଆଇପିଏଲରେ ୨୫୦ ମ୍ୟାଚ ଖେଳି ୫୦୮୨ ରନ କରିଛନ୍ତି । ସେଥିରେ ୨୪ ଅର୍ଦ୍ଧଶତକ ରହିଛି । ପୂର୍ବରୁ ଧୋନୀଙ୍କୁ ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେ ସମାଲୋଚିତ ହୋଇଥିଲେ ।

Comments are closed.