Latest Odisha News

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ଅର୍ଥ ନିବେଶ ପରେ ଲାଭାଂଶ ଅର୍ଥ ଫେରି ପାଇବା ନେଇ ନିର୍ଦ୍ଧିଷ୍ଟ ସମୟ ଅତିକ୍ରମ ହେବା ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମି ଯୋଗାଯୋଗ କରିଥିଲେ । ହେଲେ ରୌନକ ନାମକ ବ୍ୟକ୍ତି ଜଣକ କୁଆଡେ ରିମିଙ୍କ ଫୋନ କଲକୁ ରିସିଭ୍ କରିବା ତ ଦୂରର କଥା ମୂଳ କିମ୍ବା ଲାଭ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ନାଁ ଗନ୍ଧ ଧରିନଥିଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ରିମି ସେନ୍ ପ୍ରାୟ ତିନିବର୍ଷ ପୂର୍ବେ ମୁମ୍ବାଇ ଅନ୍ଧେରି ସ୍ଥିତ ଏକ ଜିମ୍ନାସୟମରେ ରୌନକ ଜତିନ ବ୍ୟାସ୍ ନାମକ ଜଣେ ବ୍ୟବସାୟୀଙ୍କୁ ଭେଟିଥିଲେ । ରୌନକ ନିଜକୁ ଗୋରେଗାଓଁର ଜଣେ ବ୍ୟବସାୟୀ ଭାବେ ପରିଚୟ ଦେଇଥିଲେ । ସେହି ସମୟରେ ସେ ରିମିଙ୍କୁ ନିଜ କମ୍ପାନୀରେ ଅର୍ଥ ନିବେଶ କରିବାକୁ ପ୍ରସ୍ତାବ ଦେବା ସହ ୪୦ ପ୍ରତିଶତ ଦରରେ ଲାଭାଂଶ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ରିମି ସେହି ବ୍ୟବସାୟୀଙ୍କ କଥାରେ ବିଶ୍ୱାସ କରି ପ୍ରାୟ ୪.୧୪ କୋଟି ଟଙ୍କାର ଡ୍ରାଫ୍ଟ ତାଙ୍କୁ ପ୍ରଦାନ କରିଥିଲେ ।

ଅର୍ଥ ନିବେଶ ପରେ ଲାଭାଂଶ ଅର୍ଥ ଫେରି ପାଇବା ନେଇ ନିର୍ଦ୍ଧିଷ୍ଟ ସମୟ ଅତିକ୍ରମ ହେବା ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମି ଯୋଗାଯୋଗ କରିଥିଲେ । ହେଲେ ରୌନକ ନାମକ ବ୍ୟକ୍ତି ଜଣକ କୁଆଡେ ରିମିଙ୍କ ଫୋନ କଲକୁ ରିସିଭ୍ କରିବା ତ ଦୂରର କଥା ମୂଳ କିମ୍ବା ଲାଭ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ନାଁ ଗନ୍ଧ ଧରିନଥିଲେ । ଫଳରେ ରିମି ବାଧ୍ୟ ହୋଇ ଗତ ୨୯ ତାରିଖରେ ଖାର୍ ଥାନାରେ ଦ୍ୱାରସ୍ତ ହୋଇଥିଲେ । ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତ ରୌନକକୁ ଧରିବା ଲାଗି ଖାନ ତଲାସି ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.