Latest Odisha News

BREAKING NEWS

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ ହୋଇନି

 ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି ପିନାକୀ ମିଶ୍ର କହିଛନ୍ତି ।

ଏଏସଆଇ ମଧ୍ୟ ଏ ବିଷୟରେ ପୁରାପୁରୀ ଅବଗତ ଅଛନ୍ତି ଏନେଇ ସାଂସଦରେ ସୂଚନା ଦେଇଛନ୍ତି ପିନାକୀ ମିଶ୍ର । ଓଡିଶା ବାସୀଙ୍କ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଛି । ସେଥିପାଇଁ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜିତୁଛନ୍ତି । ଶ୍ରୀମନ୍ଦିର ଚାରିପଟେ କେଉଁଠାରେ କୌଣସି ଖନନ କାମ ହେଉନି ।

କେବଳ ଟଇଲେଟ କାମ ଚାଲିଛି ।ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଉଛି । ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ଅପରାଜିତା ଷଡଙ୍ଗୀ ଯେଉଁଭଳି ଭାବେ ଉପସ୍ଥାପନା କରିଥିଲେ ।ସେ ବିଷୟର ଜବାବ ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

Leave A Reply

Your email address will not be published.