Latest Odisha News

BREAKING NEWS

ପରଲୋକରେ ‘ଧୁମ୍’ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗଢବୀ

ମୁମ୍ବାଇ: ଆଉ ନାହାନ୍ତି ଧୁମ ଫିଲ୍ମ ଡାଇରେକ୍ଟର ସଞ୍ଜୟ ଗଢବୀ । ଆଜି (ରବିବାର) ହାର୍ଟ ଆଟାକରୁ କାରଣରୁ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 57 ବୟସ ହୋଇଥିଲା । ସଞ୍ଜୟ ଗଢବୀ ‘ଧୁମ୍’ ଓ ‘ଧୁମ୍-୨’ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିଧନରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

୨୦୦୪ ମସିହାରେ ଜନ୍ ଆବ୍ରହାମ ଏବଂ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଧୁମ୍’ ର ନିର୍ଦ୍ଦେଶନା ଦେଇ ବେଶ ପ୍ରଶଂସା ସାଉଁଟିଥିଲେ ସଞ୍ଜୟ । ଏହାପରେ ‘ଧୁମ୍’ ର ସିକ୍ୱେଲ୍ ‘ଧୁମ୍-୨’ ସବୁଠୁ ବଡ ହିଟ୍ ହୋଇଥିଲା । ତେବେ ଏହା ପରେ ତାଙ୍କର ଅନ୍ୟ ଫିଲ୍ମ ଗୁଡ଼ିକ ସେତେଟା ସଫଳ ହୋଇନଥିଲା ।

ସଞ୍ଜୟ ୨୦୦୦ ମସିହାରେ ଏକ ଛୋଟ ଫିଲ୍ମ ‘ତେରେ ଲିୟେ’ ରୁ ଫିଲ୍ମ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କ ଫିଲ୍ମକୁ ସେତେ ପସନ୍ଦ କରିନଥିଲେ ଦର୍ଶକ ଏବଂ ଏହା ବକ୍ସ ଅଫିସରେ ମଧ୍ୟ ଫ୍ଲପ୍ ହୋଇଥିଲା ।

ସଞ୍ଜୟଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ‘ମେରେ ୟାର କି ଶାଦି ହୈ’ ଯାହା ପୁଣି ୨୦୦୦ ମସିହାରେ ନିର୍ମାଣ କରିଥିଲେ । ଉଦୟ ଚୋପ୍ରା, ଜିମି ଶେରଗିଲ ଏବଂ ଟ୍ୟୁଲିପ ଯୋଶୀଙ୍କ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ସଫଳତାର ସ୍ୱାଦ ଚାଖିଥିଲେ । ଏହା ପରେ, ଯେତେବେଳେ ସେ ୨୦୦୪ ରେ ‘ଧୁମ୍’ ରିଲିଜ ହେଲା ଏହାପରେ ସଞ୍ଜୟଙ୍କୁ ବହୁତ ମାନ୍ୟତା ମିଳିଥିଲା । ‘ଧୁମ୍’ କେବଳ ସେହି ବର୍ଷର ସବୁଠାରୁ ସଫଳ ଚଳଚ୍ଚିତ୍ର ନୁହେଁ ବରଂ ଏହା ତାଙ୍କ ଯୁଗର ସବୁଠାରୁ ଷ୍ଟାଇଲିସ ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ଗଣାଯାଏ ।

Leave A Reply

Your email address will not be published.