Latest Odisha News

BREAKING NEWS

ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ

ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ସହ ଅନେକ ରେକର୍ଡ ଭଙ୍ଗ କରିଚାଲିଛି । ଏହି ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଅଭିନୟ, ଡ୍ୟାନ୍ସ ଓ ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେ ଏବେ ଭାରତରେ ଚର୍ଚ୍ଚିତ ହୋଇ ପଡିଛନ୍ତି । ତେବେ ବିନୋଦ ଖାନ୍ନାଙ୍କ ପୁଅଙ୍କ ଚଳଣି ଅତି ସରଳ । ସେ ଜଳଖିଆ ଖାଇବାକୁ ଭଲ ପାଆନ୍ତି ନାହିଁ । ସିଧାସଳଖ ଲଂଚ ଖାଇବା ପରେ ସେ ଡିନର ଖାଇ ଶୋଇଥାନ୍ତି । ଏହା ମଧ୍ୟରେ ସେ କିଛି ବି ଖାଆନ୍ତି ନାହିଁ, ଏପରିକି ସ୍ୟାଣ୍ଡୱିଚ ଓ ବିସ୍କୁଟ ମଧ୍ୟ ଛୁଅନ୍ତି ନାହିଁ । ସନ୍ଧ୍ୟା ବେଳେ କେବଳ ଗୋଟିଏ କପ ଚା ପିଇଥାନ୍ତି ।

ଶୃଙ୍ଖଳିତ ଭୋଜନ କରୁଥିବାରୁ ସେ ଫିଟ ଅଛନ୍ତି । ମଧ୍ୟାହ୍ନ ଭୋଜନରେ ଡାଲି, ଚାଉଳ, ତରକାରୀ, ସହିତ ମାଛ କିମ୍ବା ଚିକେନ ଖାଇଥାନ୍ତି । ସେହିପରି ରାତିରେ ସାଧା ରୋଟି ସହିତ ତରକାରୀ କିମ୍ବା ଚିକେନ ଖାଇଥାନ୍ତି । ଧୂରନ୍ଧର ଫିଲ୍ମରେ ରଣବୀର ସିଂ ମୂଖ୍ୟ ଭୂମିକାରେ ଥିଲେ ମଧ୍ୟ ଅକ୍ଷୟଙ୍କୁ ଦର୍ଶକ ବେଶୀ ପସନ୍ଦ କରିଛନ୍ତି । ଧୂରନ୍ଧରର ପାର୍ଟ ୨ ମାର୍ଚ୍ଚ ୧୯ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.